ତିନି ମାସ ମଧ୍ୟରେ ରେଳବାଇ ଆରପିଏଫ୍ ୧୦୬୦ କେଜି ନିଷେଧାଦେଶ ଜବତ କରିଛି

ତିନି ମାସ ମଧ୍ୟରେ ରେଳବାଇ ଆରପିଏଫ୍ ୧୦୬୦ କେଜି  ନିଷେଧାଦେଶ ଜବତ କରିଛି
ତିନି ମାସ ମଧ୍ୟରେ ରେଳବାଇ ଆରପିଏଫ୍ ୧୦୬୦ କେଜି  ନିଷେଧାଦେଶ ଜବତ କରିଛି

ପୂର୍ବ ତଟ ରେଳବାଇ ରେଳ ସୁରକ୍ଷା ବଳ (ଆରପିଏଫ୍) ପକ୍ଷରୁ ଜାନୁଆରୀରୁ ମାର୍ଚ୍ଚ -୨୦୨୪ ମଧ୍ୟରେ ନିଷେଧ ସାମଗ୍ରୀ ଯଥା ଗଞ୍ଜେଇ ପରିବହନ ବିରୁଦ୍ଧରେ ବିଶେଷ ଅଭିଯାନ ଆରମ୍ଭ କରାଯାଇ ଥିଲା l ଏହି ସମୟ ମଧ୍ୟରେ ୫୬ ଟି ମାମଲା ରୁଜୁ କରାଯାଇ ପ୍ରାୟ ୧୦୬୦ କେଜି ଗଞ୍ଜେଇ ଜବତ କରାଯାଇଅଛି l ଯାହାର ଆନୁମାନିକ ମୂଲ୍ୟ ୮୧,୨୧,୯୦୫ / - ଅଟେ  ଏହି ସମ୍ବନ୍ଧରେ ୮୮ ଜଣ ଲୋକଙ୍କୁ ଗିରଫ କରାଯାଇ NDPS ଅଧିନିୟମ ଅନୁଯାୟୀ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି l